ମାଙ୍କଡା ବୋଝେଇ ମିନି ଟ୍ରକ ଜବତ କରିଲା ବନ ବିଭାଗ। ଉଦଳା ବନାଞ୍ଚଳ କୁଣ୍ଡାବାଇ ଅଞ୍ଚଳରୁ ଚୋରା ମାଙ୍କଡା ପଥର ବୋଝେଇ କରି ଏକ ମିନି ଟ୍ରକ ଉଦଳା ଅଭିମୁଖେ ଆସୁଥିଲା। ବିଶେଷସୂତ୍ରରୁ ଖବର ପାଇ ଉଦଳା ବନ ବିଭାଗ ସ୍ଥାନୀୟ ପାଟପୁର କେନାଲ ଛକ ନିକଟରେ ଚଢ଼ାଉ କରିଥିବା ବେଳେ ଗାଡି ଡ୍ରାଇଭର ଗାଡି ଛାଡି ଫେରାର ହୋଇଯାଇଥିଲା। ବନ ବିଭାଗ ପଥର ବୋଝେଇ ମିନି ଟ୍ରକ କୁ ଜବତ କରି କାର୍ଯ୍ୟାଳୟକୁ ଆଣିଛି। ଜବତ ମାଙ୍କଡା ପଥରର ଆନୁମାନିକ ମୂଲ୍ୟ ୨୦ ହଜାର ରୁ ଉର୍ଦ୍ଧ ହେବ |

