
DHENKANAL : ଭୁବନରେ ଶାରଦୀୟ ଦୁର୍ଗାପୂଜା ଦଶହରା ଯାତ୍ରା ଧୁମ୍ଧାମ୍ରେ ଚାଲିଛି। ଏଠାରେ ଦଶମୀ ପରଦିନ ସନ୍ଧ୍ୟାରେ ରାବଣପୋଡ଼ି କରାଯିବ ବୋଲି ପରିଚାଳନା କମିଟି ସଭାପତି ଦିଲ୍ଲୀପ କୁମାର ଦାସ ସୂଚନା ଦେଇଛନ୍ତି । ସନ୍ଧ୍ୟା ୮ଟାରେ ଶୋଭାଯାତ୍ରା ଆରମ୍ଭ ହୋଇ ରାତି ୧୨ଟା ପରେ ମା’ ବଣିଜାରିଙ୍କ ପୀଠରେ ମେଳଣ ପାଇଁ ସ୍ଥିର ହୋଇଛି। ଦଶମୀ ଦିନ ବିଧି ମୁତାବକ ଥୋରିଆ ସମାଜ ପକ୍ଷରୁ ମେରି ବନ୍ଦନା, ଗଡ଼ିଶ ମାଛ ଅନୁକୂଳ, ଦାନିଘରେ ବନ୍ଧୁଗୁଆ, ଗୋପାଳପୁରରେ ଲୁଣମାପ, ଦଶହରା ପଡିଆ ମାଟି ପ୍ରଣାମ ପରେ ଛତିଶ ପାଟକ ଭାଇଙ୍କୁ ନିମନ୍ତ୍ରଣ କରାଯିବା ପ୍ରସିଦ୍ଧ ବଳଦ ଯାତ୍ରା ପାଇଁ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଶାନ୍ତି ଶୃଙ୍ଖଳା ରକ୍ଷାପାଇଁ ପୁଲିସ ବାହିନୀ ସଜାଗ ଥିବା ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ରଜନୀକାନ୍ତ ସାମଲ ସୂଚନା ଦେଇଛନ୍ତି। ପରମ୍ପରା ଅନୁସାରେ, ଭୁବନର ଗ୍ରାମ ଦେବତୀ ମା’ ବଣିଜାରିଙ୍କ ପୀଠରେ ଥୋରିଆ ସମାଜର ମୂରବୀ ଓ ଅନ୍ୟମାନେ ଏକତ୍ରିତ ହୋଇ ପୂଜାର୍ଚ୍ଚନା ସହ ଅନୁକୂଳ ଯାତ୍ରା କରିବେ |
