ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍ ଜଣେ ମୃତ ୫ ଗୁରୁତର || KALAHANDI NEWS

ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍ ଜଣେ ମୃତ ୫ ଗୁରୁତର || KALAHANDI NEWS

Share with people

କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ ଦୁର୍ଘଟଣା ଘଟି ଚାଲି ଥିବା ବେଳେ ଆଜି ଭୋର୍ ୫ ଟା ସମୟରେ ଭବାନୀପାଟଣା ରୁ ଭୁବନେଶ୍ୱରକୁ ସଂଯୋଗ କରୁଥିବା ୨୬ ନମ୍ବର୍ ରାଜ୍ୟ ରାଜପଥର ଦେହେଲି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ CG 04 KZ7890 ନମ୍ବର୍ ବିଶିଷ୍ଟ ଏକ ଧଳା ରଙ୍ଗର କାର୍ରେ ୬ ଜଣ ଯାତ୍ରୀ ମାଲକାନଗିରିରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ରାସ୍ତା କଡରେ ଥିବା ଏକ ଗଛରେ ପିଟି ହେବା ଫଳରେ ଘଟଣା ସ୍ଥଳରେ ଜଣକର ମୃତ୍ୟୁ ଘଟିଛି, ଅନ୍ୟ ମାନଙ୍କୁ ନର୍ଲା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି। ଗୁରୁତର ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠା ଯାଇଥିବା ଜଣା ପଡିଛି, ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରିଥିବା ବେଳେ, ମୃତ ଶରୀରକୁ ବ୍ୟବଛେଦ ପାଇଁ ମଦନପୁର ରାମପୁରକୁ ପଠାଯାଇଥିବା ଜଣାପଡିଛି |


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *