ରାୟଗଡା ଜିଲ୍ଲା ଗୁଣପୁର ଥାନା ଅନ୍ତର୍ଗତ ଭାଲେରୀ କୁଡ଼ିଆ ଗ୍ରାମ ମୁଖ୍ୟ ରାସ୍ତାରେ ଏକ ଟିପର ଭାରସାମ୍ୟ ହରାଇ ଗଛକୁ ପିଟି ହେବା ଫଳରେ 2 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଚାଳକ ଜଣକ ଗୁରୁତର ଭାବେ ଆହତ ହୋଇଛନ୍ତି।ମୃତକ ଦୁଇଜଣ ରାମାନାଗୁଡା ବ୍ଲକ ଅନ୍ତର୍ଗତ ଅର୍ଜୁନଗୁଡା ଗ୍ରାମର ଅଲିକ୍ଷ ପାତିକା ଓ ଅଜୟ ପାଲକା ବୋଲି ଜଣାପଡିଛି । ସୂଚନା ଯୋଗ୍ୟ ଯେ ପାହାନ୍ତା ସମୟରେ ଟିପ୍ପରଟି ଗୁଣପୁରରେ ବାଲି ଅନଲୋଡ କରି ଫେରିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲା ।ସଂଗେ ସଂଗେ ସମସ୍ତଙ୍କୁ ଆମ୍ବୁଲାନ୍ସ ଯୋଗେନେଇ ଗୁଣପୁର ଉପଖଣ୍ଡ ଚିକିଛାଲୟ ରେ ଭର୍ତି କରାଯାଇଥିବା ବେଳେ 2 ଜଣଙ୍କ ମୃତ୍ୟ ଘଟିଥିବା ଓ ଚାଳକ ଜଣକ ଉଚ୍ଚ ଚିକିଛା ପାଇଁ ବାହାରକୁ ସ୍ଥାନାନ୍ତର କରାଯାଇଥିବା ଗୁଣପୁର ଉପଖଣ୍ଡ ଚିକିଛଳୟର ଡାକ୍ତର ସନ୍ଦୀପ ସ୍ୱାଇଁ ପ୍ରକାଶ କରିଛନ୍ତି ।


