ବ୍ରିଜ ଉପରେ ଗାଡି ରଖି ମହାନଦୀକୁ ଡେଇଁଲେ ଯୁବକ || CUTTACK NEWS

ବ୍ରିଜ ଉପରେ ଗାଡି ରଖି ମହାନଦୀକୁ ଡେଇଁଲେ ଯୁବକ || CUTTACK NEWS

Share with people

ମହାନଦୀକୁ ଡେଇଁ ପଡ଼ିଲେ ଯୁବକ । ବ୍ୟାରେଜ ଉପରେ କାର ରଖି ଯୁବକ ନିଖୋଜ ହୋଇଯାଇଛନ୍ତି । ମହାନଦୀକୁ ଡେଇଁ ପଡ଼ିଥିବା ଅନୁମାନ କରାଯାଉଛି । ଯୁବକ ଜଣକ ହେଲେ ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳର ଶକ୍ତିକାନ୍ତ ସାହୁ । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ବାରଙ୍ଗ ଅଗ୍ନିଶମ ବାହିନୀ ପହଞ୍ଚି ମହାନଦୀରେ ଖୋଜାଖୋଜି ଜାରି ରଖିଛି । ଯୁବକ ଜଣକ ମହାନଦୀକୁ ଡେଇଁ ପଡ଼ିଛନ୍ତି ନା ଆଉ କେଉଁ ଆଡେ ଚାଲି ଯାଇଛନ୍ତି ତାହା ଅସ୍ପଷ୍ଟ ରହିଛି । ସେପଟେ ବାରଙ୍ଗ ଥାନା ପୋଲିସ ଓ ଜୋନ ଏସିପି ଶଶିକାନ୍ତ ରାଉତ ଘଟଣାସ୍ଥଳରେ ପହଞ୍ଚି କାର ଟିକୁ ଜବତ କରିବା ସହ ଏକ ନେଟ ମଧ୍ୟ ଜବତ କରିଛନ୍ତି । ଏଥିସହିତ ତାଙ୍କ ପରିବାର ଲୋକଙ୍କ ସହ ଘଟଣା ବିଷୟରେ ପଚାରି ବୁଝୁଛନ୍ତି ।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *