ବୁଡ଼ିଲା ପୋଲ; ଅଟକିଲା ଆମ୍ବୁଲାନ୍ସ

ବୁଡ଼ିଲା ପୋଲ; ଅଟକିଲା ଆମ୍ବୁଲାନ୍ସ

Share with people

ପୋଲ ଉପରେ ଚାଲିଲା ତିନି ଫୁଟ ଉଚ୍ଚର ସୁଅ | ରାସ୍ତା ଉପରେ ଅଟକି ରହିଲା ଯାତ୍ରୀବାହୀ ବସ ସହିତ ଆମ୍ବୁଲାନ୍ସ | ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି, କୋରାପୁଟରୁ ରାୟଗଡ଼ାକୁ ସଂଯୋଗ କରୁଥିବା ଜାତୀୟ ରାଜପଥର ବଙ୍ଗଳାଗୁଡା ଅସ୍ଥାୟୀ ପୋଲ ଉପରେ | ତେବେ ଦିର୍ଘଦିନରୁ ସ୍ଥାୟୀ ପୋଲ କାମ ଅଧପନ୍ତରିଆ ହୋଇ ପଡ଼ି ରହିଥିବାରୁ ଟିକିଏ ବର୍ଷା ହେଲେ ଏହିପରି ସମସ୍ୟା ଭୋଗୁଛନ୍ତି ଲୋକେ | ଟିକିଏ ଦେଖନ୍ତୁ ଏହି ଦୃଶ୍ୟକୁ ଯେଉଁଭଳି ଭାବରେ ସୁଅ ଚାଲିଛି କେତେବେଳେ ଯେ କେଉଁ ଅଘଟଣ ଘଟିଯିବ ତାହାକୁ ରୋକିବା କଷ୍ଟକର ହୋଇପଡିବ | ଅନ୍ୟ ପଟେ ସାଧାରଣ ଲୋକେ ଅସୁବିଧା ଭୋଗୁଥିବା ବେଳେ ଜରୁରୀକାଳୀନ ସେବା ମଧ୍ୟ ବାଧାପ୍ରାପ୍ତ ହୋଇ ରାସ୍ତା ଉପରେ ଅଟକି ରହିଛି ଆମ୍ବୁଲାନ୍ସ |


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *