
ଡକାୟତ ଗ୍ୟାଙ୍ଗକୁ କାବୁକଲା ସୋନପୁର ପୋଲିସ । ବାହାର ରାଜ୍ୟରୁ ଆସି ଡକାୟତି ସହ କରୁଥିଲେ ଗଞ୍ଜେଇ ବେପାର। ବିପୁଳ ପରିମାଣର ମାରଣାସ୍ତ୍ର ଧରି ଲୋକଙ୍କୁ ଭୟଭୀତ କରିବା ସହ କରୁଥିଲେ ଲୁଟ । ସାମ୍ବାଦିକ ସମ୍ମିଳନୀରେ ପର୍ଦ୍ଧାଫାଶ କଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ। ସୂଚନା ଅନୁସାରେ ଗତକାଲି ସନ୍ଧ୍ୟା ସମୟରେ ତେଳନଦି ରିଂରୋଡ ରେ କିଛି ଲୋକ ଏକାଠି ଥିବା ସହ ଡକାୟତି କରୁଥିବା ସୋନପୁର ପୋଲିସ ଖବର ପାଇ ଚଢ଼ାଉ କରିଥିଲା । ପୋଲିସକୁ ଦେଖି ସେମାନେ ଦୌଡି ପଳାଇବାକୁ ଉଦ୍ୟମ କରିଥିବାବେଳେ ପୋଲିସ ଟିମ୍ ତିନି ଜଣଙ୍କୁ ଧରିବାରେ ସକ୍ଷମ ହୋଇଥିଲେ । ସେମାନଙ୍କୁ ନେଇ ତଦନ୍ତ କରିବା ସମୟରେ ସେମାନେ କେବଳ ଡକାୟତି ନୁହେଁ ଗଞ୍ଜେଇ ଚୋରାଚାଲାଣ ରେ ବି ସଂପୃକ୍ତ ଥିବା ପୋଲିସ ଜାଣିଥିଲା । ତାଙ୍କ ଠାରୁ ଗୋଟିଏ ମାଉଜର ସହ ଦୁଇଟି ମାଗାଜିନ୍, ଦୁଇଟି ଅଫୁଟା ଗୁଳି, ଖଣ୍ଡା, ଲଙ୍କା ଗୁଣ୍ଡ, ଲୁହା ଛଡ଼, ଠେଙ୍ଗା, ହକି ଷ୍ଟିକ୍ ଆଦି ବାହାରିଥିଲା । ଏହାକୁ ପୋଲିସ ଜବତ୍ କରିବା ସହ ବାହାର ରାଜ୍ୟର ଦୁଇ ଅଭିଯୁକ୍ତ ସହିତ ମୋଟ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଏନେଇ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ। |