ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ସାଲେଭଟ୍ଟା ପଞ୍ଚାୟତ ନେଭରାପାଳ ଗ୍ରାମ ପାଖ ବିଲରେ ଗତ ୨୯ ତାରିଖ ବାରାହା ତଥା ବନ୍ୟ ଜନ୍ତୁଙ୍କ ଶିକାର ପାଇଁ ୧୧କେଭି ବିଦ୍ୟୁତ ତାରରୁ ସିଧାସଳଖ ହୁକିଂ କରି ବସାଇଥିଲେ ବାରାହା ଜାଲ କିନ୍ତୁ ବିଛା ଯାଇଥିବା ଏହି ଜାଲରେ ବିଦ୍ୟୁତ କଂରେଣ୍ଟ ଲାଗି ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ୨ଗୁରୁତର ଆହତ ହୋଇଥିଲେ । ଏନେଇ ମୃତକ ଙ୍କ ପରିବାର ଲୋକେ ଏଥିପ୍ରତି କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ସହ ବିଦ୍ୟୁତ ସଂଯୋଗ ତାର ଜାଲ ବସାଇ ଥିବା ଓ ସାମିଲ ଥିବା ଲୋକକୁ ଗିରଫ କରିବା ସହ କ୍ଷତିପୂରଣ ଦାବି ନେଇ ନେଭରାପାଳ- ବସାଲୋଇ ରାସ୍ତା ଅବରୋଧ କରିଥିଲେ । ପରେ ପୋଲିସ ଓ ପ୍ରଶାସନ ପହଞ୍ଚି ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ଓ ଏଥିସହ ଜାଲ ବସାଇଥିବା ଲୋକଙ୍କୁ ଶିଘ୍ର ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତା ରୋକ ହଟିଥିଲା । ଏହାକୁ ନେଇ ତଦନ୍ତ ଆରମ୍ଭ କରିଥିଲା ପୋଲିସ ପରେ ଏଥିରେ ୫ଜଣ ସାମିଲ ଥିବା ଜଣାପଡିଥିବା ବେଳେ ପୋଲିସ ୩ଜଣଙ୍କୁ ଗିରଫ କରିଛି । ଅନ୍ୟ ୨ ଜଣ ଫେରାର ଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ନାକଟିଦେଉଳ ଥାନା ସାଲେଭଟା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବସାଲୋଇ ଗ୍ରାମର ଧରଣି ଧର ସାହୁ, ସରଦାର୍ ନାୟକ ଅରଫ ଛୋଟା , ଶୁଶିଲ ଗଡତିଆ । ଏ ସଂକ୍ରାନ୍ତରେ ନାକଟିଦେଉଳ ଥାନା କେଶ ନଂ ୧୬୯/୨୪ରେ ଏକ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ରେଢ଼ାଖୋଲ ଥାନା ପରିସରରେ ଗତ ଶନିବାର ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ ଏସଡିପିଓ ପ୍ରଶାନ୍ତ କୁମାର ମେହେର ସୂଚନା ଦେଇଥିବା ସହ ଏହି ସାମ୍ବାଦିକ ସମ୍ବିଳନିରେ ନାକଟିଦେଉଳ ଥାନା ଆଇଆଇସି ଝସ କେତନ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ଏଥିସହ ଗିରଫ ଅଭିଯୁକ୍ତ ମାନଙ୍କ ପାଖରୁ ବ୍ୟାପକ ମାତ୍ରା ବିଦ୍ୟୁତ ସର୍ଭିସ୍ ତାର ୨୫ଟି ଥଣ୍ଡା କାଚ ବୋତଲ୍,୫ବଣ୍ଡଲ ଜେଇ ତାର ଓ ୪୦୦ମିଟର ଜେଇ ତାର ଜବତ କରାଯାଇଛି । ଫେରାର ଥିବା ଆଉ ୨ଅଭିଯୁକ୍ତଙ୍କୁ ଶିଘ୍ର ଧରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।


