ବାଇକ ଚୋରି କରୁଥିବା ସମୟରେ ଗ୍ରାମବାସୀଙ୍କ ଦ୍ୱାରା ଗଛରେ ବାନ୍ଧା ହୋଇ ଛେଞ୍ଚା ଖାଇଲେ ଯୁବକ।
ବାଇକ ଚୋରକୁ ଧରି ପିଟିଲେ ଲୋକେ
ବାଇକ ଚୋରି କରୁଥିବା ସମୟରେ ଗ୍ରାମବାସୀଙ୍କ ଦ୍ୱାରା ଗଛରେ ବାନ୍ଧା ହୋଇ ଛେଞ୍ଚା ଖାଇଲେ ଯୁବକ । ଯୁବକ ଜଣକ ହେଲେ ଖଗଡାପାଳ ଗ୍ରାମର ବାଇନ ଦାସ।ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଖଗଡାପାଳ ଗ୍ରାମରେ, ଗ୍ରାମର ଶିବମନ୍ଦିର ପାଖ ରାସ୍ତା ଉପରେ ଏକ ବାଇକ ଛିଡା ହୋଇଥିବା ବେଳେ ଗ୍ରାମର ବାଇନ ଦାସ ନାମକ ଯୁବକ ଚୋରି କରିବାକୁ ଉଦ୍ୟମ କରୁଥିବା ସମୟରେ ଲୋକମାନେ ଜାଣି ପାରି ବାଇନକୁ ଧରି ଏକ ଗଛରେ ବାନ୍ଧି ଦେଇ ଉତ୍ତମ ମଧ୍ୟମ ଦେଇଥିଲେ। ଖବର ପାଇ ଘଟଣା ସ୍ଥଳରେ ବାଲିଆପାଳ ପୋଲିସ ପହଂଚି ବାଇକ ଚୋରକୁ ଥାନାକୁ ନେଇ ଅଧିକ ତଦନ୍ତ ଜାରୀ ରଖିଛି।

