
ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବର୍ଷା ପ୍ରକୋପ ଜାରି ରହିଛି। ମଙ୍ଗଳବାର ସକାଳୁ ଆରମ୍ଭ ହୋଇଥିବା ବର୍ଷାର ଧାରା ବୁଧବାର ଦିନସାରା ଲାଗି ରହିଥିଲା। ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ରାସ୍ତା ଓ ପୋଲଗୁଡ଼ିକ ଉପରେ ବନ୍ୟାଜଳ ପ୍ରବାହିତ ହେବା ଫଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ଅନେକ ସ୍ଥାନରେ ତଳିଆ ଅଞ୍ଚଳରେ ବନ୍ୟାଜଳ ପଶିବାରୁ ଲୋକେ ବିପନ୍ନ ହୋଇଛନ୍ତି। ପ୍ରଶାସନ ପକ୍ଷରୁ ବିପନ୍ନଙ୍କୁ ଉଦ୍ଧାର କରି ସୁରକ୍ଷିତ ଆଶ୍ରୟସ୍ଥଳରେ ରଖାଯାଇଛି। ପ୍ରବଳ ବର୍ଷା କାରଣରୁ ସମ୍ବଲପୁର ସହରର ସ୍ଥିତି ବେହାଲ୍ ହୋଇଛି ତଳି ଅଞ୍ଚଳରେ ଥିବା ଅନେକ ଘର, ଦୋକାନ, ମନ୍ଦିରରେ ପାଣି ପଶିଛି |
