ପାଞ୍ଚଜଣ ଯୁବତୀଙ୍କୁ ଉଦ୍ଧାର କରି ଦଲାଲକୁ ବାନ୍ଧିଲା ପୋଲିସ

ପାଞ୍ଚଜଣ ଯୁବତୀଙ୍କୁ ଉଦ୍ଧାର କରି ଦଲାଲକୁ ବାନ୍ଧିଲା ପୋଲିସ

Share with people

କେନ୍ଦୁଝର ଟାଉନ ଥାନାର ଗୋବିନ୍ଦପୁର ଅଞ୍ଚଳରୁ ସେକ୍ସ ରାକେଟ ଠାବ । ଦେହ ବ୍ୟବସାୟରେ ନିୟୋଜିତ ୫ ଜଣ ଯୁବତୀ ହେଲେ ଉଦ୍ଧାର , ରାଣୀ ମହୁମାଛି ସହିତ ୨ ଜଣ ଗ୍ରାହାକ ଓ ୩ ଜଣ ଦଲାଲଙ୍କୁ ଗିରଫ କଲା ପୋଲିସ। ୨ ଜଣ ଗ୍ରାହାକଙ୍କ ମଧ୍ୟରୁ ଜଣେ ନରଣପୁର ଓ ଅନ୍ୟ ଜଣେ ତୁରୁମୁଙ୍ଗା ଅଞ୍ଚଳର ହୋଇଥିବା ବେଳେ ୨ ଜଣ ଦଲାଲ ଯୋଡ଼ା ଓ ଅନ୍ୟଜଣେ କାଶିପୁର ଅଞ୍ଚଳର |

ପୋଲିସର ସୂଚନା ଅନୁସାର ଏହି ଅଞ୍ଚଳର ଏକ ଘରେ ସେକ୍ସ ରାକେଟ ଚାଲିଥିବା ନେଇ ବିଶ୍ୱସ୍ଥ ସୂତ୍ରରୁ ପୋଲିସ ଖବର ପାଇ ସେଠାରେ ଚଢ଼ାର କରିଥିଲା | ଚଢ଼ାଉ ସମୟରେ ସେଠାରୁ ଏହି ୧୧ ଜଣଙ୍କୁ ନିଜ ହେପାଜତକୁ ନେବା ସହିତ ସେମାନଙ୍କ ଠାରୁ ଅନେକ ଆପତ୍ତି ଜନକ ସାମଗ୍ରୀ ସହ ୨ଟି ମୋଟର ସାଇକଲ ୬ଟି ମୋବାଇଲ ୧୦ ହଜାର ୩୦୦ ଟଙ୍କା ଆଦି ଜବତ କରିଛି | ପରେ ସେକ୍ସ ରାକେଟ୍ ଚାଲିଥିବା ସେହି ଘରଟିକୁ ପୋଲିସ ସିଲ କରିଛି |ଯାହା ସୂଚନା ମିଳିଛି, ଦେହ ବ୍ୟବସାୟରେ ନିୟୋଜିତ ୫ଜଣ ଯୁବତୀଙ୍କ ମଧ୍ୟରୁ ଜଣେ ଝାରଖଣ୍ଡ ରାଜ୍ୟର ହୋଇଥିବା ବେଳେ ଅନ୍ୟ ୪ ଜଣ ଓଡ଼ିଶାର | ଏହି ସେକ୍ସ ରାକେଟର ରାଣୀ ମହୁମାଛି ଆଗରୁ ମଧ୍ୟ ଏହି କାମ ପାଇ ଜେଲ ଯାଇଥିଲେ I ସେପଟେ ଅଟକ ଥିବା୬ ଜଣଙ୍କର ସ୍ଵାସ୍ଥ ପରୀକ୍ଷା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି |


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *