ନିଜକୁ ରାସ୍ତା ମଝିରେ ଜାଳିଦେଲେ ଯୁବତୀ

ନିଜକୁ ରାସ୍ତା ମଝିରେ ଜାଳିଦେଲେ ଯୁବତୀ

Share with people

କଲି ଦେହରେ ନିଆଁ ଲଗାଇଥିଲେ ଆଜି ଚାଲିଗଲା ଜୀବନ I

ମୃତ ଯୁବତୀଙ୍କ ବାପାଙ୍କୁ ଅଟକ ରଖି ପୋଲିସର ତଦନ୍ତ

ଗତକାଲି ଯୁବତୀ ଜଣଙ୍କ କୁକୁଡ଼ାଖଣ୍ଡି ବ୍ଲକ୍ ସମ୍ମୁଖରେ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ।
ଗତକାଲି କିରୋସିନ ଢାଳି ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ ଯୁବତୀ। ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ଯୁବତୀଙ୍କର ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକରେ ଏହି ଲୋମଟାଙ୍କୁରା ଘଟଣା ଘଟିଛି। ଯୁବତୀ ଜଣକ ବ୍ରହ୍ମପୁର ସଦର ଥାନା ଅଞ୍ଚଳର ବୋଲି ଜଣାଯାଇଛି।

ଗତକାଲି ଯୁବତୀ ଜଣଙ୍କ କୁକୁଡ଼ାଖଣ୍ଡି ବ୍ଲକ୍ ସମ୍ମୁଖରେ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ। ସେଠାରେ ଉପସ୍ଥିତ ସ୍ଥାନୀୟ ଲୋକେ ଯୁବତୀଙ୍କୁ ଉଦ୍ଧାର କରି MKCGରେ ଭର୍ତ୍ତି କରିଥିଲେ। ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ଯୁବତୀଙ୍କର ମୃତ୍ୟୁ ଘଟିଛି। ତେବେ ଯୁବତୀ ଜଣଙ୍କ କାହିଁକି ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ତାର କାରଣ ଜଣା ପଡ଼ିନାହିଁ। ଘରୋଇ କଳି ପାଇଁ ଯୁବତୀ ଜଣଙ୍କ ନିଜ ଦେହରେ କିରୋସିନି ଢାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ସନ୍ଦେହ କରାଯାଉଛି। ଏହି ମାମଲାରେ ଯୁବତୀଙ୍କ ବାପାଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ । ତେବେ ଏନେଇ ପୁଲିସ କିମ୍ବା ସଂପୃକ୍ତ ଯୁବତୀଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

(ଗଞ୍ଜାମ ଜିଲ୍ଲାରୁ ଅଜିତ କୁମାର ପଟନାୟକଙ୍କ ରିପୋର୍ଟ )


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *