ଜାତୀୟ ରାଜପଥରେ ଗଡ଼ିଲା ମୁଣ୍ଡ

ଜାତୀୟ ରାଜପଥରେ ଗଡ଼ିଲା ମୁଣ୍ଡ

Share with people

ରାଉରକେଲା : ଏକ ମର୍ମନ୍ତୁତ ଦୁର୍ଘଟଣାରେ ଗଲା ୬ ଜଣଙ୍କର ଜୀବନ। ମୃତକଙ୍କ ମଧ୍ୟରେ ଚାରିଜଣ ମହିଳା ଥିବା ବେଳେ ଦୁଇ ପୁରୁଷ ରହିଛନ୍ତି ଏବଂ ୩୦ଜଣ ସାମାନ୍ୟ ଆହତ ଥିବା ବେଳେ ୧୪ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି ।ତେବେ ପଛରେ ଚାଳକର ବେପରୁଆ ଗାଡ଼ି ଚାଳନା ଯୋଗୁଁ ଏତେ ବଡ଼ ଦୁର୍ଘଟଣା ଘଟି ବହୁ ମୂଲ୍ୟ ଜୀବନ ଗଲା ।

ବେପରୁଆ ଚାଳକ ଯୋଗୁଁ ଗଲା ୬ ଜୀବନ ।

ମିଳିଥିବା ସୂଚନା ଅନୁଯାୟୀ, ଲିଙ୍ଗରାଜ ନାମକ ଏକ ବେସରକାରୀ ଯାତ୍ରୀ ବାହୀ ବସରାଉରକେଲାରୁ କୋଇଡ଼ା ଅଭିମୁଖେ ଯିବା ସମୟରେ କେବଲାଙ୍ଗ ଥାନା ନିକଟ ଜାତୀୟ ରାଜପଥ ୫୨୦ ନମ୍ବରେ ଘଟିଛି ଏହି ଦୁର୍ଘଟଣା ।ଅନେକ ଲୁହାପଥର ବୋଝେଇ ଟ୍ରକ ଯୋଗୁଁ ରୋଡ଼ ଜାମ ଥିବାରୁ ଯାତ୍ରୀ ବାହୀ ବସ ଲିଙ୍ଗରାଜ ରଙ୍ଗ୍ ରୁଟରେ କୋଇଡ଼ା ଅଭିମୁଖେ ଯାଉଥିଲା । ସାମ୍ନାପଟୁ ଆସୁଥିବା ମାଲ ବୋଝେଇ ଟ୍ରକ ଭାରସାମ୍ୟ ହରାଇଥିଲା ଯାତ୍ରୀ ବାହି ବସ ଲିଙ୍ଗରାଜ ସହିତ ମୁହାଁମୁହିଁ ଧକ୍କା ହେବା ଫଳରେ ଭୟଙ୍କର ଦୁର୍ଘଟଣା ଘଟି ଘଟଣା ସ୍ଥଳରେ ତିନି ଜଣ ମହିଳାଙ୍କ ସହ ଦୁଇ ପୁରୁଷ ସମୁଦାୟ ୫ ଜଣଙ୍କ ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ଘଟିବା ପରେ ଘଟଣା ସ୍ଥଳରେ ପହଚିଂଥିଲା କେବଲାଙ୍ଗ ଥାନା ସହ ଅଗ୍ନିସମ ବିଭାଗ । ଆହତ ୩୦ ଯାତ୍ରୀଙ୍କୁ ତୁରନ୍ତ ଭର୍ତି କରାଯାଇଥିଲା ଲହୁଣୀପଡ଼ା ଡ଼ାକ୍ତରଖାନାରେ । ସେଥି ମଧ୍ୟରୁ ୧୪ ଜଣ ଗୁରୁତର ଥିବାରୁ ସୂଚନା ମିଳିଛି । ୧୪ ଗୁରୁତର ମଧ୍ୟରୁ ତିନି ସଂକଟାପନ୍ନଙ୍କୁ ଅଧିକ ଛିକିସ୍ଥା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତରିତ କର ଯାଇଛି ।ତିନି ସଂକଟାପନ୍ନ ମଧ୍ୟରୁ ରାଉରକେଲା ଡ଼ାକ୍ତରଖାନାରେ ଜଣେ ମହିଳାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ଡ଼ାକ୍ତର ତାଙ୍କ ନାମ ସୁରୁ ମୁଣ୍ଡା । ସଙ୍କଟାପନ୍ନ ଚାଳକ ରୋହିତ ରାମ ଚନ୍ଦ୍ରକାଙ୍କୁ ଏକ ଘରୋଇ ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଜଣେ ମହିଳା ଏବଂ ତାଙ୍କ ତିନି ବର୍ଷର ପୁତ୍ର ଙ୍କୁ ରାଉରକେଲା ସରକାରୀ ଡ଼ାକ୍ତରଖାନାରେ ଚିକିତ୍ସିତ କରାଯାଉଛି । ଚାଳକର ବେପରୁଆ ଗାଡ଼ି ଚାଳନା ଉପରେ ଏନ.ଏଚ.ଏ.ଆଇ.ର ନାହିଁ କଟକଣା । ସାଧାରଣ ଲୋକଙ୍କ ସଚେତନାର ଅଭାବ ଯାହା ଫଳରେ ଆଜି ଘଟିଗଲା ଏତେ ବଡ଼ ଦୁର୍ଘଟଣା । ଭବିଷ୍ୟତରେ ଏମିତି ଦୁର୍ଘଟଣା ନହେଉ ସେଥିପ୍ରତି ସମସ୍ତେ ସଜାଗ ଓ ଯତ୍ନବାନ ରହିବା ଆବଶ୍ୟକତା ରହିଛି ।

[ ରିପୋର୍ଟ-ରାଉରକେଲାରୁ ସୁରଜିତ ନନ୍ଦ ]


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *