ମୟୂରଭଞ୍ଜ ଜିଲ୍ଲାର ଏକତା ରକ୍ଷା ପାଇଁ ଆଜି ଜରୁରୀ ସଭା ଅନୁଷ୍ଠିତ ହୋଇଯାଇଛି,ମୟୂରଭଞ୍ଜ ଜିଲ୍ଲା ପେସା ଗ୍ରାମସଭା କଡ଼ିନେସନ କମିଟିର ସଭାପତି ପାଣ୍ଡୁରାମ ହେମ୍ବ୍ରମଙ୍କ ନେତୃତ୍ୱରେ ବାରିପଦା ସଦର ମହାରାଜପୁରରେ ଏହି ବୈଠକ ଅନୁଷ୍ଠିତ ହୋଇଛି.
ଏହି ଜରୁରୀ ବୈଠକରେ ଜିଲ୍ଲାର ସମସ୍ତ ବ୍ଲକ ସଭାପତି ଏବଂ ସଦସ୍ୟମାନେ ଉପସ୍ଥିତ ଥିଲେ,ଏହି ସଭାର ମୁଖ୍ୟ ଆଲୋଚ୍ୟ ବିଷୟ ଥିଲା ମୟୂରଭଞ୍ଜ ଜିଲ୍ଲାକୁ ବିଭାଜନ କରିବା ପାଇଁ କେତେକ ମହଲରୁ ଚାଲିଥିବା ଚକ୍ରାନ୍ତ ସମ୍ପର୍କ ରେ |
ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ବ୍ଲକ ର ସଭାପତି ମାନେ ଜିଲ୍ଲା ବିଭାଜନର ଚକ୍ରାନ୍ତକାରୀଙ୍କ ବିରୁଦ୍ଧରେ କଠୋର ଭାଷାରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, “ମୟୂରଭଞ୍ଜ ଜିଲ୍ଲାର ଏକତା ଓ ଅଖଣ୍ଡତା ଅକ୍ଷୁର୍ଣ୍ଣ ରହିବ| ଜିଲ୍ଲାକୁ ବିଭାଜିତ କରିବାର ଚକ୍ରାନ୍ତ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଆମେ ଜୋରଦାର ଆନ୍ଦୋଳନର ପଥ ଆପଣାଇବୁ |
ଏହି ସଭାରେ ଜିଲ୍ଲା ବିଭାଜନର ପ୍ରସ୍ତାବକୁ ଦୃଢ଼ ଭାବରେ ପ୍ରତ୍ୟାଖ୍ୟାନ କରାଯାଇ ମୟୂରଭଞ୍ଜର ସାଂସ୍କୃତିକ ଏବଂ ଭୌଗୋଳିକ ଐକ୍ୟକୁ ଅକ୍ଷୁଣ୍ଣ ରଖିବାକୁ |


