Subarnapur: ମିଛି ମିଛିକା ନିଆଁ ଲିଭାବେଳେ ଲାଗିଗଲା ସତ ସତିକା ନିଆଁ ଜଣେ ସାମ୍ବାଦିକ ସମେତ ଜଣେ ଅଗ୍ନିଶମ କର୍ମଚାରୀ ଆହତ l ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାରେ ଘଟିଛି ଏଭଳି ଏକ ଅଘଟଣ l ଅଗ୍ନିଶମ ବିଭାଗ ପକ୍ଷରୁ ସୋନପୁର ସହରର ଏକ ସପିଂ ମଲରେ ମକ ଡ୍ରିଲ ଚାଲିଥିବା ସମୟରେ ଘଟିଯାଇଛି ଏଭଳି ଏକ ଅଘଟଣ l ସପିଂ ମଲରେ ହଠାତ ଯଦି ନିଆଁ ଲାଗିଯାଏ ତାହେଲେ କିଭଳି ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବ ସେନେଇ ମକ ଡ୍ରିଲ କରାଯିବା ସହ କର୍ମଚାରୀଙ୍କୁ ବୁଝାଉଥିଲେ ଅଗ୍ନିଶମ କର୍ମଚାରୀ l ତେବେ ଧୂଆଁ ବାହାର କରି ଡେମୋ ଦେଖାଇବା ସମୟରେ ହଠାତ ନିଆଁ ଲାଗିଯାଇଥଲା l ସପିଂ ମଲର ବାରଣ୍ଡାରେ ନିଆଁ ଲାଗିଯିବାରୁ କିଛି ଆସବା ପତ୍ର ପୋଡି ଯାଇଥିଲା ଆଉ ତୁରନ୍ତ ଅଗ୍ନିଶମ ବାହିନୀର ମର୍ମକର୍ତ୍ତା ନିଆଁକୁ ଆୟତ୍ତ କରିଦେଇଥିବାରୁ ବିଶେଷ କିଛି କ୍ଷୟ କ୍ଷତି ହୋଇନଥିଲେ ହେଁ ଜଣେ ସାମ୍ବାଦିକ ଏବଂ ଜଣେ ଅଗ୍ନିଶମ କର୍ମଚାରୀ ଆହତ ହୋଇଥିଲେ l

