ଐତିହାସିକ କାଳୀପୂଜା ପାଇଁ ଚଳ ଚଞ୍ଚଳ ଭଦ୍ରକ ସହର, 9 ଦିନ ଧରି ଚାଲିବାକୁ ଥିବା କାଳୀପୂଜା ପାଇଁ ସରିଛି ପ୍ରସ୍ତୁତି | ମୁଖ୍ୟତଃ ଚରମ୍ପା ପଥର କାଳୀ,ଷ୍ଟେସନ କାଳୀ,ପିଡବ୍ଲୁ କାଳୀ,ଡଗରାସାହି କାଳୀ ଏରେଇ, ବିଶାଣୀ ଖର୍ଦା, ହାଇ ସ୍କୁଲ ଓ ରାଜଘାଟ କାଳୀ ପୂଜା କମିଟି ପକ୍ଷରୁ ଚାଲିଛି ସଜବାଜ | ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଲକ୍ଷାଦିକ ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ତା କରା ଯାଇଛି | ମୁଖ୍ୟତଃ ଟ୍ରାଫିକ କଣ୍ଟ୍ରୋଲ ସହ ଭିଡ ଭିତରେ ମହିଳାଙ୍କ ସୁରକ୍ଷା ପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଭାବେ ସାଧା ପୋଷାକ ଧାରୀ ମହିଳା ପୋଲିସଙ୍କୁ ନିୟୋଜିତ କରା ଯାଇଛି | ସେହିପରି ମହିଳାଙ୍କ ବେକରୁ ହାର ଲୁଟୁଥିବା ଲୁଟେରାଙ୍କ ପାଇଁ ପ୍ରତି ଶହେ ମିଟର ଭିତରେ ଜଣେ ସାଧା ପୋଷାକରେ ପୋଲିସ ମୃତୟନ କରା ଯାଇଛି | ଭିଡ ଓ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଜ଼ିଲ୍ଲା ତଥା ଜ଼ିଲ୍ଲା ବାହାରୁ 25 ପ୍ଲାଟୁନ ପୋଲିସ ଫୋର୍ସଙ୍କ ସହ ବରିଷ୍ଟ ପୋଲିସ ଅଧିକାରୀ ଙ୍କୁ ନିୟଜିତ କରା ଜିବା ସହିତ ମସ୍ତ ୱାଣ୍ଟେଡ ଲୁଟେରା ଅପରାଧିଙ୍କ ଫୋଟ ବେନେର କରା ଜାଇ ବିଭିନ୍ନ ସମ୍ବେଦନଶୀଳ ଅଂଚଳରେ ଲୋକଙ୍କୁ ସଚେତନତା ପାଇଁ ପୋଲିସ ପକ୍ଷରୁ ଲଗା ଯାଇଛି | ସେହିପରି ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିବା ପାଇଁ ସୁସଜିତ ମେଢ଼ ସହିତ ସାମାଜିକ ଓ ପୌରାଣିକ ବରୁଆଳି ମୂର୍ତ୍ତି କରା ଜାଇ ସଚେତନତା ବାର୍ତା ଦିଆ ଯାଇଛି | ସମସ୍ତ ପୂଜା ମଣ୍ଡପରେ ସିସିଟିଭି ଲଗା ଯାଇଥିବା ବେଳେ ଲୋକଙ୍କ ମନରଞ୍ଜନ ପାଇଁ ରାମଦଳୀ ବ୍ରେକଡେଂସ ସହ ଜ଼ିଲ୍ଲା ତଥା ଜ଼ିଲ୍ଲା ବାହାରୁ ବ୍ୟବସାୟୀ ମାନେ ଦୋକାନ ଲଗାଇଛନ୍ତି, ସେପଟେ କାଳୀପୂଜାରେ ବିଶେଷ କରି ମହିଳା ମାନେ ସଚେତନ ହେବା ସହ ଶାନ୍ତି ଶୃଙ୍ଖଳା ରକ୍ଷା କରି କାଳୀପୂଜା କୁ ଉପଭୋଗ କରିବା ପାଇଁ ନିବେଦନ କରିଛନ୍ତି ଭଦ୍ରକ ଏସପି |

