ସାରା ଦେଶରେ ମୌସୁମୀ ସକ୍ରିୟ ରହିଛି । ଏହି କାରଣରୁ ଦେଶରେ ସବୁ ରାଜ୍ୟରେ ବର୍ଷା ଜାରି ରହିଛି । ଏହାରି ଭିତରେ, ଏକ ଅନୁଧ୍ୟାନ ଆସମାକୁ ଆସିଛି ଯେଉଁଥିରେ ଆଗାମୀ ଦିନରେ କେରଳ ଉପକୂଳରେ ଅନେକ ସାମୁଦ୍ରିକ ଝଡ଼ ସୃଷ୍ଟି ହୋଇପାରେ ବୋଲି କୁହାଯାଇଛି ।
ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା।
ରାଜ୍ୟର ଲାଗି ରହିଛି ଲଗାଣ ବର୍ଷା । ଆଜି ୨୧ ଟି ଜିଲ୍ଲାରେ ପ୍ରବଳ ବର୍ଷା ସହ ଘଡଘଡି ବିଜୁଳି ନେଇ ୟେଲୋ ଆଲର୍ଟ ଜାରି ହୋଇଛି। ଓଡ଼ିଶାର ୧୧ଟି ସ୍ଥାନରେ ପ୍ରବଳ ବର୍ଷା ହୋଇଛି ।ଦକ୍ଷିଣ ଦିଗରୁ ବଙ୍ଗୋପସାଗରରୁ ଜଳୀୟବାଷ୍ପପୂର୍ଣ ବାୟୁ ଓଡିଶା ଉପକୂଳକୁ ଆସୁଛି । ତା ସହ ଉତ୍ତର ଓଡିଶା ଉପରେ ଏକ ଟ୍ରପ ଲାଇନ୍ ରହୁଛି । ଯାହାର ପ୍ରଭାବରେ ବର୍ଷା ଲାଗି ରହିଛି । ତେବେ ଆଜିଠୁ ବର୍ଷାର ପରିମାଣ କମିବା ନେଇ ମଧ୍ୟ ଆକଳନ କରାଯାଉଛି ।ଆଇଏମଡିର ଏସନିଇପି ଜିଏଫଏସ୍ ଓ ଇସିଏମଡବ୍ଲୁଏଫ ମଡେଲର ଆକଳନ କହୁଛି , ଅକ୍ଟୋବରର ପ୍ରଥମ ସପ୍ତାହ ବା ୬ ତାରିଖ ରେ ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ୬ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ।

ତେବେ, ଆଇଏମଡିର ଜିଏଫଏସ୍ ମଡେଲ୍ ଅନୁସାରେ, ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ଅଞ୍ଚଳରେ ୫ ତାରିଖ ବେଳକୁ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଆଇଏମଡିର ଏକାଧିକ ମଡେଲ୍ ଅନୁସାରେ, ଅକ୍ଟୋବର ପ୍ରଥମ ସପ୍ତାହରେ ଦେଶର ପଶ୍ଚିମ ଭାଗରେ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେବାର ସମ୍ଭାବନା ୪୦ ରୁ ୬୦ ପ୍ରତିଶତ। ସେପଟେ, ଗତ ୨୪ ଘଣ୍ଟାରେ ରାଜ୍ୟର ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶା ସମେତ ଉତ୍ତର ଓଡିଶାରେ ଲଗାଣ ବର୍ଷା ହୋଇଥିଲେ। ଆଜିଠାରୁ ରାଜ୍ୟରେ ବର୍ଷାର ପରିମାଣ କମିବ। ଆଜି ଉତ୍ତର ଓଡି଼ଶାରେ କାଁ ଭାଁ ସ୍ଥାନରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। କିଛି ସ୍ଥାନରେ ଘଡ଼ଘଡି ସହ ପ୍ରବଳ ବର୍ଷା ମଧ୍ୟ ହୋଇପାରେ। ଏନେଇ ପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି। ସେହି ଜିଲ୍ଲା ଗୁଡିକ ହେଲା ଭଦ୍ରକ, ମୟୂରଭଂଜ, ବାଲେଶ୍ବର, ସୁନ୍ଦରଗଡ ଓ କେନ୍ଦୁଝର।

